ଆଜିର ରାଶିଫଳ:୨୦ ଅକ୍ଟୋବର ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।

ବୃଷ

ଆଜିର ଦିନ ଆତ୍ମନିର୍ଭରତାର ଦିନ ଅଟେ । ମନେରଖନ୍ତୁ ନିଜର ସବୁ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ସମାପନ କରନ୍ତୁ । ଯଦି ଏହି କାର୍ଯ୍ୟ ପାଇଁ ଆପଣ ଆଉ କାହା ଉପରେ ନିର୍ଭର କରିବେ ତାହାହେଲେ ଆପଣ ନିରାଶ ହେବେ ।

ମିଥୁନ

ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ ।

କର୍କଟ

ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ ।ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ ।

ସିଂହ

ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ ।

କନ୍ୟା

ଆଜି ଆପଣ ନିଜ ଜୀବନ ବିଷୟରେ ଗମ୍ଭୀର ହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି ।

ତୁଳା

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।

ବିଛା

ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚ଼ାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚ଼ିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ ।

ଧନୁ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।

ମକର

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

କୁମ୍ଭ

ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ ।

ମୀନ

ଆଜି ଆପଣଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇଯିବ । ଏହି ସମସ୍ୟା ବହୁଦିନ ପର୍ଯ୍ୟନ୍ତ ଲାଗି ରହିବାର କାରଣ ଏହି ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି ମାନଙ୍କର ଚ଼ିନ୍ତା ଧାରାରେ ଏକତା ନ ରହିବା, ଯାହା ହେଉ ଆପଣ ମଜ୍ଜା କରିପାରନ୍ତି ।

Leave a Reply

Your email address will not be published. Required fields are marked *