ଗୀତା ଅନୁସାରେ ଏହି 3 ପ୍ରକାରର ଲୋକଙ୍କ ସହ ରହିଲେ ଜୀବନ ନଷ୍ଟ ହେଇଯାଇଥାଏ… ଆଜିଠୁ ଏମାନଙ୍କ ସଙ୍ଗତ ଛାଡି ଦିୟନ୍ତୁ …

ଶ୍ରୀମତ ଭଗବତ ଗୀତା ଯାହା କି ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଥିଲେ I ଏହା ଏକ ମନୁଷ୍ୟ ର ସମ୍ପୂର୍ଣ ଜୀବନ ର ମାର୍ଗ ଦର୍ଶନ କରିଥାଏ I ତେବେ ଗୀତା ରେ ଏପରି ତିନି ଗୋଟି ଲୋକ ଙ୍କ ବିଷୟ ରେ ଉଲେଖ ରହିଛି ଯେଉଁମାନଙ୍କ ସହ ରହି ଆପଣ ନିଜ ଜୀବନ କୁ ନଷ୍ଟ କରିଦେଇଥାନ୍ତି I ଆପଣ ସର୍ବଦା ଅଶାନ୍ତି ରେ ହିଁ ରହିଥାନ୍ତି I

ଶ୍ରୀମତ ଭାଗବତ ଗୀତା

ଅଃଘ୍ୟାସର୍ସଢ୍ଢନସ୍ର ସଂସୟତମା ବିନଶ୍ୟତି
ନ୍ୟାୟ ଲୋକେଶ୍ୱସ୍ତି ନ ପରୋ ନ ସୁଖ ସଂସୟତମାନଂ II

ଅଜ୍ଞାନୀ ଲୋକେ
ଉପର ଲିଖିତ ଶ୍ଳୋକ ଅନୁସାରେ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଥିଲେ ଜୀବନ ରେ ଅଜ୍ଞାନୀ ଲୋକ ଙ୍କ ଠାରୁ ଦୁରେଇ ରହିବା ଉଚିତ I ଅଜ୍ଞାନୀ ଲୋକ ଙ୍କ ର ଧର୍ମ ର କୌଣସି ଜ୍ଞାନ ନ ଥାଏ I କଣ ଠିକ କଣ ଭୁଲ ସେମାନେ ନିଷ୍ପତି ନେଇପାରନ୍ତି ନାହିଁ I ଅଜ୍ଞାନୀ ଲୋକେ ହିଁ ଜୀବନ ରେ ସବୁଠାରୁ ଅଧିକ ହଇରାଣ ହେଇଥାନ୍ତି I

ଯେଉଁ ଲୋକ ନିଜ କୁ ଅଧିକ ଜ୍ଞାନୀ କହିଥାଏ
ଜ୍ଞାନ ହାସିଲ କରିବା ର କୌଣସି ସୀମା ନ ଥାଏ I କୌଣସି ବି ଲୋକ ସମ୍ପୂର୍ଣ ଜ୍ଞାନୀ ହେଇ ନ ଥାଏ I ଶ୍ରୀ କୃଷ୍ଣ ଏପରି ଲୋକ ଙ୍କ ଠାରୁ ଦୁରେଇ ରହିବାକୁ ମତାମତ ଦେଇଛନ୍ତି I ପ୍ରତୋକ ବ୍ୟକ୍ତି ଯେତେ ଜ୍ଞାନୀ ହେଲେ ମଧ୍ୟ କିଛି ନା କିଛି ଶିକ୍ଷ୍ୟା ଲାଭ କରିଥାନ୍ତି I ତେଣୁ ନିଜ କୁ ସର୍ବ ଜ୍ଞାନୀ କହୁଥିବା ଲୋକେ ସର୍ବଦା ନିଜ ମୁର୍ଖତା ର ହିଁ ପରିଚୟ ଦେଇଥାନ୍ତି I

ଏପରି ଲୋକ ଙ୍କ ଠାରୁ ସର୍ବଦା ନିଜ କୁ ଦୁରେଇ ରଖିବା ହିଁ ଉଚିତ ଏବଂ ନିଜ କୁ ଜୀବନ ରେ ଏକ ବିଦ୍ୟାର୍ଥୀ ପ୍ରତି ରଖିବା ଉଚିତ I

ସଂଶୟ ରେ ରହୁଥିବା ବ୍ୟକ୍ତି
ଯେଉଁ ବ୍ୟକ୍ତି ସର୍ବଦା ଶଙ୍କା ରେ ରହିଥାଏ ସେହି ବ୍ୟକ୍ତି ସଠିକ ନିଷ୍ପତି ଜୀବନ ରେ ନେଇପାରି ନ ଥାଏ I ଏପରି ବ୍ୟକ୍ତି ଙ୍କ ଠାରୁ ଦୁରେଇ ରହିବା ମଧ୍ୟ ଉଚିତ I କାରଣ ସଠିକ ସମୟ ରେ ଏହି ବ୍ୟକ୍ତି ଠିକ ଭୁଲ ର ନିଷ୍ପତି ନେଇପାରି ନ ଥାନ୍ତି I