ପାକିସ୍ତାନ ତରଫରୁ ହେଉଥିବା ଗୁଳି ବିନିମୟ ରେ ସହିଦ ହେଲେ ନାୟକ ସନ୍ଦୀପ ଥାପା, ସେନା ତରଫରୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳି …

ଜାମୁ କାଶ୍ମୀର ରୁ ମୋଦି ସରକାର 370 ଧାରା ଉଛେଦ କରିବା ପରେ ପାକିସ୍ତାନ ରାଜନୀତି ରେ ଅସ୍ଥିରତା ଦେଖିବାକୁ ମିଳିଛି I LOC ରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ସକ୍ରିୟ ହେଇଯାଇଛି I

ଜାମୁ କାଶ୍ମୀର ର ରଜୋରି ରେ ଶୁକ୍ରବାର ଦିନ ପାକିସ୍ତାନ ତରଫରୁ ଗୁଳି ଚାଳନା କରାଯାଇଥିଲା ଯାହା ଦ୍ୱାରା କି ଜଣେ ଭାରତୀୟ ଯବାନ ସହିଦ ହେଇଛନ୍ତି I ଯବାନ ଙ୍କ ର ନାମ ସନ୍ଦୀପ ଥାପା ଅଟେ I ଆଜି ସୈନିକ ଙ୍କ ତରଫରୁ ତାଙ୍କୁ ଅନ୍ତିମ ବିଦାୟ ପ୍ରଦାନ କରାଯାଇଛି I

ଭାରତୀୟ ସେନା ଅଧିକାରୀ କହିଛନ୍ତି ରଜୋରି ରେ ପାକିସ୍ତାନ ତରଫରୁ ଗୁଳି ଚଲାନା କରାଯାଇଛି I ଏଥିରେ ଆମ ର ଜଣେ ଯବାନ ମଧ୍ୟ ସହିଦ ହେଇଛନ୍ତି I

ସେନା ଙ୍କ ଅନୁସାରେ ଶୁକ୍ରବାର ଭୋର 5 .50 ମିନିଟ ସମୟ ରୁ ନେଇ ସକାଳ 7.30 ମିନିଟ ସମୟ ପର୍ଯ୍ୟନ୍ତ ନୌସେରୀ ସେକ୍ଟର ରେ ପାକିସ୍ତାନ ତରଫରୁ ଗୁଳି ଚାଳନା କରାଯାଇଛି I ଭାରତ ପାକିସ୍ତାନ ସମେତ LOC ରେ ସଂଘର୍ମ ଥମିବା କୁ ନା ନେଉନାହିଁ I ତେବେ ଏହିପରି ଅନେକ ଥର ଅତୀତ ରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ନିୟମ କୁ ଉଲଂଘନ କରି ଆସୁଛି I