‘LIC ବୁଡ଼ିବାକୁ ଯାଉଛି’…. ସୋସିଆଲ ମିଡ଼ିଆରେ ଭାଇରଲ ହେଲା ଖବର… ଜାଣନ୍ତୁ ଏହା ପଛର ସତ୍ୟତା ….

ବିଗତ ଅନେକ ଦିନ ହେବ ସୋସିଆଲ ମିଡ଼ିଆ ରେ LIC ସମ୍ବନ୍ଧିତ ଏକ ଖବର ବେଶ ଭାଇରଲ ହେଉଛି I ଖବର ଅନୁସାରେ LIC କମ୍ପାନୀ ଦେବାଳିଆ ହେଇ ବନ୍ଦ ହେବାକୁ ଯାଉଛି I ତେବେ ବାସ୍ତବତା ଦେଖିବାକୁ ଗଲେ ଏହି ଖବର ର କୌଣସି ସତ୍ୟତା ନାହିଁ I କୌଣସି LIC ଗ୍ରାହକ ଙ୍କ ର ଟଙ୍କା ଅସୁରକ୍ଷିତ ନାହିଁ I

LIC କମ୍ପାନୀ ଏହି କଥା ସ୍ପଷ୍ଟ କରିଛି କି କମ୍ପାନୀ ର କୌଣସି ଆର୍ଥିକ ସଙ୍କଟ ନାହିଁ I ଏହା ଏକ ଗୁଜବ ଖବର ଅଟେ I LIC ର ଏହି ଘୋଷଣା ପରେ ହିଁ କିଛି ଲୋକେ ଆଶ୍ୱସ୍ତ ହେଇଛନ୍ତି I କାରଣ ଏହି ମିଥ୍ୟା ଗୁଜବ କୁ ନେଇ ଲୋକେ ଏହା ଭାବୁଥିଲେ କି ତାଙ୍କ ଟଙ୍କା ବିପଦ ରେ ରହିଛି I କିନ୍ତୁ ବର୍ତମାନ LIC କମ୍ପାନୀ ର ବୟାନ ପରେ ପଲିସୀ ଧାରକ ଙ୍କ ର ଆଉ ଚିନ୍ତା କରିବା ର କୌଣସି ଆବଶ୍ୟକତା ନାହିଁ I

ନିଜ ବୟାନ ରେ LIC କହିଛି କି ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିବା ଏହି ମ୍ୟାସେଜ ସମ୍ପୂର୍ଣ ରୂପେ ମିଥ୍ୟା ଅଟେ I କେହି ଜାଣିଶୁଣି ଏହି ମିଥ୍ୟା ପ୍ରଚାର କରିଛି I ଦେଖିବାକୁ ଗଲେ 2018-19 ସମୟ ରେ LIC ନିଜ କର୍ମଚାରୀ ଙ୍କୁ ସବୁଠାରୁ ଅଧିକ 50 କୋଟି ର ବୋନସ ମଧ୍ୟ ଦେଇଛି I

ବିଗତ ଦିନ ରେ LIC ସେୟାର 72.84 ରୁ ବୃଦ୍ଧି ହେଇ 73.6 ଟଙ୍କା ହେଇଯାଇଛି I ଏପରି ସେୟାର ର ମୂଲ୍ୟ ବୃଦ୍ଧି ହେବାକୁ ନେଇ ଆପଣ ଅନୁମାନ କରିପାରୁଥିବେ କି LIC ର ଏହି ଖବର ଟି ସମ୍ପୂର୍ଣ ଗୁଜବ ଅଟେ I